ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର, ଢେଙ୍କାନାଳ ହେଉଛି ସଂସ୍କୃତି ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଅଧୀନ ଏକ ସ୍ଵୟଂଶାସିତ ସଂଗଠନ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ(NCSM)ର ଏକ ଅଂଶ । ବୈଜ୍ଞାନିକ ଦୃଷ୍ଟିକୋଣ ଜାଗ୍ରତ କରିବା, ଅନୁସନ୍ଧାନର ଉତ୍ସାହକୁ ବୃଦ୍ଧି କରାଇବା, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ସାଂପ୍ରତିକ ବକିାଶକୁ ଚିତ୍ରଣ କରିବା ଏବଂ ଜନସାଧାରଣଙ୍କୁ ବିଜ୍ଞାନର ରହସ୍ୟକୁ ସହଜେର ବୁଝାଇବା ଏହାର ମୂଳ ଲକ୍ଷ୍ୟ ଅଟେ । ଓଡଶିାର ଏହା ପ୍ରଥମ ପ୍ରତିଷ୍ଠିତ ଜିଲ୍ଲା ସ୍ତରୀୟ ବିଜ୍ଞାନ କେନ୍ଦ୍ର ଅଟେ । ଓଡଶିାର ଜନସାଧାରଣଙ୍କ ପାଇଁ ୫ ଜୁନ, ୧୯୯୫ ରେ ତତ୍କାଳୀନ ମାନ୍ୟବର ମାନବ ସମ୍ବଳ ବକିାଶ ମନ୍ତ୍ରୀ, ଶ୍ରୀ ମାଧବରାଓ ସିନ୍ଧିଆଙ୍କ ଦ୍ଵାରା ଏବଂ ବ୍ରିଗ. କେ.ପି. ସିଂଦେଓ, ମାନ୍ୟବର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ(AVSM), ଭାରତ ସରକାରଙ୍କ ଉପସ୍ଥିତିରେ ଏହାର ଉଦ୍ଘାଟନ କରାଯାଇଥିଲା । କେନ୍ଦ୍ରରେ ତିନୋଟି ବିଜ୍ଞାନ ପ୍ରଦର୍ଶନୀ କକ୍ଷ ଏବଂ ଏକ ବିଜ୍ଞାନ ଉଦ୍ୟାନ ରହଛିି ଯାହା ପାରସ୍ପରିକ ପ୍ରଦର୍ଶନୀରେ ପରିପୂର୍ଣ ଏବଂ ବିଜ୍ଞାନ ଶିଖିବାର ଏକ ଚିତ୍ତାକର୍ଷକ ମାଧ୍ୟମ । ଏହା ବ୍ଯତୀତ କେନ୍ଦ୍ରରେ ୩ଡି ଚଳଚ୍ଚିତ୍ର, ତାରାମଣ୍ଡଳ, ଆକାଶ ପର୍ଯ୍ୟବେକ୍ଷଣ ଏବଂ ବିଜ୍ଞାନ ପ୍ରଦର୍ଶନ ଇତ୍ୟାଦି ନିୟମିତ ଭାବେର ପରିଚାଳିତ କରାଯାଇଥାଏ ଯାହାକି ଅତିରିକ୍ତ ବିଜ୍ଞାନ ଶିକ୍ଷାର ଏକ ଚିତ୍ତାକର୍ଷକ ମାଧ୍ୟମ ଅଟେ । ଦୂର ଦୁରାନ୍ତରୁ ଯେଉଁମାନେ ଏହି କେନ୍ଦ୍ର ପରିଦର୍ଶନ କରିବାରେ ଅସମର୍ଥ ସେମାନଙ୍କ ପାଇଁ ଏହି କେନ୍ଦ୍ର ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ବସ ପ୍ରଦର୍ଶନ ବ୍ୟବସ୍ଥାର ଆୟୋଜନ କରାଇଥାଏ, ଯାହାକି ଓଡଶିାର ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ରଦର୍ଶିତ ହୋଇଥାଏ ।
ବିମାନ ମାର୍ଗରେ
ନିକଟତମ ବିମାନବନ୍ଦର ହେଉଛି ବିଜୁ ପଟନାୟକ ବିମାନବନ୍ଦର ଭୁବନେଶ୍ବର, ଯେଉଁଠାରୁ କେନ୍ଦ୍ରର ଦୂରତା ପ୍ରାୟ ୮୦ କି.ମି. ।
ସଡ଼କ ପଥରେ
ସଡ଼କ ଦ୍ଵାରା ବିଜ୍ଞାନ କେନ୍ଦ୍ରଟି, ଢେଙ୍କାନାଳ ବସଷ୍ଟାଣ୍ଡ ଠାରୁ ୦୧ କି.ମି. ଦୂରରେ ଅବସ୍ଥିତ ।
ରେଳଗାଡ଼ିରେ
ଢେଙ୍କାନାଳ ରେଳଷ୍ଟେସନ ହେଉଛି ନିକଟତମ ରେଳଷ୍ଟେସନ ଯେଉଁଠାରୁ କେନ୍ଦ୍ରର ଦୂରତା ସଡ଼କ ମାର୍ଗରେ ପ୍ରାୟ ୦୪ କି.ମି. ହେବ ।