ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଢେଙ୍କାନାଳ

ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜର ବିଭିନ୍ନ ବର୍ଗ ବିଶେଷ କରି ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧା, ବିଧବା, ଅବିବାହିତ ମହିଳା, ଭିକ୍ଷୁକ ଏବଂ କିନ୍ନର ମାନଙ୍କୁ ସେବା ଯୋଗାଇଦେବା ଏହି ବିଭାଗର ମୂଳ ଲକ୍ଷ୍ୟ ।
ଏହି ବିଭାଗ ୨୦୧୫ ମସିହାରେ ମହିଳା ଓ ଶିଶୁ ବିକାଶ ବିଭାଗ ଠାରୁ ଅଲଗା ହୋଇ ଏକ ସ୍ଵତନ୍ତ୍ର ବିଭାଗ ଭାବେ କାର୍ଯ୍ୟକରୁଅଛି ।
ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧା, ବିଧବା, ଅବିବାହିତ ମହିଳା, ଭିକ୍ଷୁକ ଏବଂ କିନ୍ନର ମାନଙ୍କ ଉନ୍ନତି ନିମନ୍ତେ ସରକାରଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ଯୋଜନା ଗୁଡିକର ବାସ୍ତବ ରୂପରେଖ ଦେବା ଏହି ବିଭାଗର ଆଭିମୁଖ୍ୟ ।
ଏହି ବିଭାଗରେ ମୁଖ୍ୟତଃ ଭିନ୍ନକ୍ଷମ କଲ୍ୟାଣ, ସାମାଜିକ ସୁରକ୍ଷା ସେବା ଇତ୍ୟାଦିରେ ବିଶେଷ ଗୁରୁତ୍ଵ ଆରୋପ କରାଯାଇଥାଏ ।
ବିଭାଗର ରୂପରେଖ
ଜିଲ୍ଲାପାଳ
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ
ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ
ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ

ସାମାଜିକ ସୁରକ୍ଷା

ମଧୁବାବୁ ଭତ୍ତା ଯୋଜନା :
୧୯୭୫ ମସିହାରୁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ଏବଂ ୧୯୮୫ ମସିହାରୁ କାର୍ଯ୍ୟକାରୀ ହେଉଥିବା ଓଡିଶା ବିକଳାଙ୍ଗ ଭତ୍ତା ଯୋଜନାକୁ ସମିଶ୍ରଣ କରି ଜାନୁଆରୀ ୨୦୦୮ ମସିହାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି।
୬୦ ବର୍ଷରୁ ଉର୍ଦ୍ଧ ବୃଦ୍ଧ, ବୟସ ନିର୍ବିଶେଷରେ ବିଧବା, ନିରାଶ୍ରୟ, କୁଷ୍ଠରୋଗମୁକ୍ତ ମାନଙ୍କୁ ବର୍ଦ୍ଧକ୍ୟ / ବିଧବା ଭତ୍ତା ଏବଂ ୫ବର୍ଷରୁ ଉର୍ଦ୍ଧ ଶାରୀରିକ ଅକ୍ଷମ, ଦୃଷ୍ଟିହୀନ, ମୁକ ଓ ବଧିର ଏବଂ ମାନସିକ ଅନଗ୍ରସର ମାନଙ୍କୁ ଭତ୍ତା ଯୋଗାଇଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
୩୦ ବର୍ଷରୁ ଉର୍ଦ୍ଧ ଅବିବାହିତ ମହିଳାମାନଙ୍କୁ ମଧ୍ୟ ଏହି ଭତ୍ତା ଯୋଜନାର ଅନ୍ତର୍ଭୂକ୍ତ କରାଯାଇଛି ।
ଏହି ଭତ୍ତା ପାଇବା ପାଇଁ ଆବେଦନକାରି ନିମ୍ନଲିଖିତ ସର୍ତ୍ତ ପୂରଣ କରିବା ଦରକାର ।
୧- ପରିବାର ଆୟ ବାର୍ଷିକ ୨୪୦୦୦/-ରୁ ଉର୍ଦ୍ଧ ହୋଇନଥିବ ।
୨- ଆବେଦନକାରୀ ଓଡିଶାର ସ୍ଥାୟୀ ବାସିନ୍ଦା ହୋଇଥିବ ।
୩- ଆବେଦନକାରୀ ଫୌଜଦାରୀ କିମ୍ବା ମକୋଦମାରେ ଲିପ୍ତ ନଥିବେ ।
୪ – ବିପିଏଲ୍ ତାଲିକାଭୁକ୍ତ ପରିବାରର ଆବେଦନକାରୀଙ୍କ ନିମନ୍ତେ କୌଣସି ଆୟସୀମା
୫ – ଭିନ୍ନକ୍ଷମ ମାନଙ୍କ କ୍ଷେତ୍ରରେ ଭିନ୍ନକ୍ଷମତାର ପରିମାଣ ୪୦%ରୁ ଉର୍ଦ୍ଧ ହୋଇଥିବା ଦରକାର ।
ଏହି ଭତ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସୁପାରିଶ କ୍ରମେ ସଂପୃକ୍ତ ଉପଜିଲ୍ଲାପାଳ ମଞ୍ଜୁରୀ କରିଥାନ୍ତି ।
ଏହି ଭତ୍ତା ବାବଦରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମାସିକ ୩୦୦ ଟଙ୍କା ହିସାବରେ ପ୍ରତ୍ୟେକ ମାସ ୧୫ ତାରିଖରେ (ଜନସେବା ଦିବସରେ) ଗ୍ରାମ ପଞ୍ଚାୟତ ମୁଖ୍ୟ ଆବସରେ ପ୍ରଦାନ କରାଯାଇଥାଏ ।
୮୦ବର୍ଷରୁ ଉର୍ଦ୍ଧ ହିତାଧିକାରୀମାନଙ୍କୁ ମାସିକ ୫୦୦ଟଙ୍କା ହିସାବରେ ଭତ୍ତା ପ୍ରଦାନ କରାଯାଇଥାଏ ।
ଏହି ଭତ୍ତାବାବଦର ସମସ୍ତ ଖର୍ଚ ରାଜ୍ୟ ସରକାର ବହନ କରିଥାନ୍ତି ।
ବର୍ତ୍ତମାନ ଏହି ଯୋଜନାରେ ଢେଙ୍କାନାଳ ଜିଲ୍ଲାରେ ୬୯୪୬୭ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ତନ୍ମଧ୍ୟରୁ ୬୧୨୫୩ ଜଣ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଉଥିବା ବେଳେ ୮୨୧୪ ଜଣ ବିକଳାଙ୍ଗ ଭତ୍ତା ପାଉଛନ୍ତି ।

ଇନ୍ଦିରାଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଯୋଜନା :
ବିପିଏଲ ତାଲିକା ଅନ୍ତର୍ଭୁକ୍ତ ୬୦ବର୍ଷରୁ ଉର୍ଦ୍ଧ ବୃଦ୍ଧ, ବୃଦ୍ଧ ମାନଙ୍କୁ ଭତ୍ତା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
୬୦ ବର୍ଷରୁ ୭୯ବର୍ଷ ମଧ୍ୟରେ ଥିବା ବୃଦ୍ଧ, ବୃଦ୍ଧା ମାନଙ୍କୁ ମାସିକ ୩୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଥିବା ବେଳେ ୮୦ ବର୍ଷରୁ ଉର୍ଦ୍ଧ ବୃଦ୍ଧା, ବୃଦ୍ଧ ମାନଙ୍କୁ ୫୦୦ଟଙ୍କା ପ୍ରଦାନ କରାଯାଇଥାଏ ।
ମଧୁବାବୁ ପେନସନ ଯୋଜନା ପରି ଏହି ଯୋଜନାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ଭତ୍ତା ମଞ୍ଜୁର କରିଥାନ୍ତି ।
ବର୍ତ୍ତମାନ ଏହି ଯୋଜନାରେ ୪୯୨୩୨ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି ।

ଇନ୍ଦିରାଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା :
ବିପିଏଲ ତାଲିକା ଅନ୍ତର୍ଭୁକ୍ତ ୪୦ବର୍ଷରୁ ଉର୍ଦ୍ଧ ବିଧବାମାନଙ୍କୁ ଭତ୍ତା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
ଏହି ଯୋଜନାରେ ମାସିକ ୩୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇଥାଏ ।
ବର୍ତ୍ତମାନ ଏହି ଯୋଜନାରେ ୧୫୭୭୪ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି ।

ଇନ୍ଦିରାଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଭତ୍ତା ଯୋଜନା :
ବିପିଏଲ ତାଲିକା ଅନ୍ତର୍ଭୁକ୍ତ ୧୮ ବର୍ଷରୁ ଉର୍ଦ୍ଧ ଏବଂ ଶତକଡା ୮୦ରୁ ଉର୍ଦ୍ଧ ଭିନ୍ନକ୍ଷମମାନଙ୍କୁ ଭତ୍ତା ପ୍ରଦାନ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
ଏହି ଯୋଜନାରେ ମାସିକ ୩୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଇଥାଏ ।
ବର୍ତ୍ତମାନ ଏହି ଯୋଜନାରେ ୨୬୧୬ ଜଣ ହିତାଧିକାରୀ ଉପକୃତ ହେଉଛନ୍ତି ।

ଜାତୀୟ ପରିବାର ମଙ୍ଗଳ ଯୋଜନା :
ବିପିଏଲ ପରିବାରଭୁକ୍ତ ପରିବାରର ୧୮ରୁ ୫୯ବର୍ଷ ମଧ୍ୟରେ ହୋଇଥିବା ମୁଖ୍ୟ ରୋଜଗାରକ୍ଷମ ବ୍ୟକ୍ତିଙ୍କର ସ୍ଵାଭାବିକ ବା ଆକସ୍ମିକ ମୃତ୍ୟୁ ହେଲେ ସେହି ପରିବାରକୁ ଏହି ସହାୟତା ପ୍ରଦାନ କରାଯାଇଥାଏ । ବର୍ତ୍ତମାନ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଉଥିବା ହିତାଧିକାରୀମାନଙ୍କର ସହାୟତା ରାଶି ତା ୧୮.୧୦.୨୦୧୨ ରିଖ ଠାରୁ ଟ. ୧୦,୦୦୦/-ରୁ ଟ. ୨୦,୦୦୦/-କୁ ବଢାଇ ଦିଆଯାଇଅଛି ଏବଂ ଏହି ଯୋଜନାର ଅର୍ଥ ମଞ୍ଜୁରୀ ନିମନ୍ତେ ମଣ୍ଡଳ ଉନ୍ନୟନ ଅଧିକରିମାନଙ୍କୁ ତା. ୧୪.୦୧.୨୦୧୩ଠାରୁ କ୍ଷମତା ପ୍ରଦାନ କରାଯାଇଅଛି ।
ଏହି ଯୋଜନାରେ ସରକାରଙ୍କ ଦ୍ଵାରା କୌଣସି ଧାର୍ଯ୍ୟ ଲକ୍ଷ୍ୟ ଦିଆଯାଉନହିଁ । ଏହି ଯୋଜନାରେ ବିଗତ ବର୍ଷ ୨୦୧୬-୧୭ ଆର୍ଥିକ ବର୍ଷରେ ୮୯୭ ଜଣ ହିତାଧିକାରୀଙ୍କୁ ୧,୭୯,୪୦,୦୦୦ ଟଙ୍କା ପ୍ରଦାନ କରାଯାଇଅଛି । ଚଳିତ ଆର୍ଥିକ ବର୍ଷ ୨୦୧୭-୧୮ରେ ୧୦୪୮ ଜଣ ହିତାଧିକାରୀଙ୍କୁ ୨,୦୯,୬୦,୦୦୦ ଟଙ୍କା ପ୍ରଦାନ କରାଯାଇଅଛି ।