ଅନୁଷ୍ଠାନର ନାମ:-ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ, ଢେଙ୍କାନାଳ

ବିଭାଗ  :- ଦକ୍ଷତା ବୃଦ୍ଧି ଓ ବୈଷୟିକ ଶିକ୍ଷା ବିଭାଗ, ଓଡିଶା ସରକାର

 

ଯୋଗାଯୋଗ ଠିକଣା:-

ଜିଲ୍ଲା କାର୍ୟାଳୟ ଜିଲ୍ଲା ନିୟୋଜନ ଅଧିକାରୀ, ଜିଲ୍ଲା ନିୟୋଜନ କାର୍ୟାଳୟ, ମହିଷାପଟ, ଢେଙ୍କାନାଳ -୭୫୯୦୦୧
ଫୋନ-୦୬୭୬୨-୨୨୬୬୫୩, Email Id- deo[dot]dhenkanal[at]rediffmail[dot]com

ଉପଖଣ୍ଡ କାର୍ୟାଳୟ

  1. କନିଷ୍ଠ ନିୟୋଜନ ଅଧିକାରୀ, ଉପ -ନିୟୋଜନ କାର୍ୟାଳୟ, କାମାକ୍ଷାନଗର-  ୭୫୯୦୧୮
  2. କନିଷ୍ଠ ନିୟୋଜନ ଅଧିକାରୀ, ଉପ -ନିୟୋଜନ କାର୍ୟାଳୟ, ହିନ୍ଦୋଳ-୭୫୯୦୨୨

କାର୍ୟାଳୟର ଅବସ୍ଥିତି :-

ଜିଲ୍ଲା ନିୟୋଜନ କାର୍ୟାଳୟ, ମହିଷାପଟ, ଗ୍ରାମ ଉନ୍ନୟନ ସଂସ୍ଥା କାର୍ୟାଳୟ ପାଖ, ଢେଙ୍କାନାଳ, ଅକ୍ଷାଂଶ- ୨୦. ୬୩୬, ଦ୍ରାଘିମା- ୮୫. ୫୯୪

  1. ଉପ -ନିୟୋଜନ କାର୍ୟାଳୟ, ହନୁମାନ ବଜାର, କାମାକ୍ଷାନଗର
  2. ଉପ -ନିୟୋଜନ କାର୍ୟାଳୟ, ଧୂନ୍ଧିନାଳୀ,ହିନ୍ଦୋଳ

ଅନୁଷ୍ଠାନ ସମ୍ପର୍କରେ :-

ଢେଙ୍କାନାଳ ଜିଲ୍ଲା ନିୟୋଜନ କାର୍ୟାଳୟ , ସେପ୍ଟେମ୍ବର -୧୯୬୦ ମସିହା ଠାରୁ ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ କାର୍ଯ୍ୟ କରିଆସୁଅଛି କାମାକ୍ଷାନଗର ଉପନିୟୋଜନ କାର୍ୟାଳୟ ୧୯୭୧ମସିହା ଠାରୁ ଓ ହିନ୍ଦୋଳ ଉପନିୟୋଜନ କାର୍ୟାଳୟ୧୯୮୪ ମସିହା ଠାରୁ କାର୍ଯ୍ୟ କରିଆସୁଅଛି ।ଉପନିୟୋଜନ କାର୍ୟାଳୟ, କାମାକ୍ଷାନଗର ଓ ହିନ୍ଦୋଳ ଜିଲ୍ଲା ନିୟୋଜନ କାର୍ୟାଳୟ ଅଧୀନରେ କାର୍ଯ୍ୟ କରୁଅଛି ।

ଜିଲ୍ଲା ନିୟୋଜନ କାର୍ୟାଳୟ,ଦକ୍ଷତା ବୃଦ୍ଧି ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନରେ ଥିବା ନିୟୋଜନ ନିର୍ଦେଶଳୟ ଅଧୀନରେ କାର୍ଯ୍ୟ କରୁଅଛି ।

ଅନୁଷ୍ଠାନର ସାରଣୀ :- ଜିଲ୍ଲା ନିୟୋଜନ ଅଧିକାରୀ

କନିଷ୍ଠ ନିୟୋଜନ ଅଧିକାରୀ

ମୁଖ୍ୟ କିରାଣୀ ଓ ଅନ୍ୟାନ୍ୟ

କାର୍ୟାଳୟର ମୁଖ୍ୟ ଅଭିପାୟ :-

  1. ବୃତ୍ତି ସମ୍ବନ୍ଧିୟ ମାର୍ଗ ଦର୍ଶନ- ଏହି ବିଭାଗର ମୁଖ୍ୟ କାର୍ଯ୍ୟ ହେଲା ଛାତ୍ର,ବେରୋଜକାରୀ ଯୁବକ ଓ ଚାକୀରି ଖୋଜୁଥିବା ଆଶ୍ରୟୀ ପାର୍ଥୀମାନଙ୍କୁ କାର୍ଯ୍ୟନିର୍ବାହର ପନ୍ଥା ବା ବୃତ୍ତି ଅବଲମ୍ବନ କରିବାପାଇଁ ମାର୍ଗଦର୍ଶନ କରାଇବା।
  2. ନିୟୋଜନ ସମ୍ବନ୍ଧୀୟ ବଜାର ତଥ୍ୟ ସଂଗ୍ରହ- ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍ତରରେ ଥିବା ଅନୁଷ୍ଠାନ ମାନଙ୍କଠାରୁ  ନିଯୁକ୍ତି ପାଇଥିବା ଏବଂ
    ପୂରଣ ହେବାକୁ ଥିବା ପଦବୀ ଗୁଡିକର  ନିୟମିତ  ପରିସଂଖ୍ୟାନ ତଥ୍ୟ ସଂଗ୍ରହକରି ନିୟୋଜନ ସମ୍ବନ୍ଧିୟ ଚାହିଦା ପୂର୍ବାନୁମାନ କରିବା।
  3. ଚାକୀରି ଆଶାୟୀ ବେକାର ଯୁବକ ଯୁବତୀ ମାନଙ୍କର ନାମ ପଞ୍ଜୀକୃତ କରିବା ଏବଂ ସମସ୍ତ ପଞ୍ଜିକୃତ କୁଶଳୀ ଏବଂ ଅଣକୁଶଳୀ ବେକାର ଯୁବକ ଯୁବତୀ ମାନଙ୍କର ପରିସଂଖ୍ୟାନ ତଥ୍ୟ ପ୍ରସ୍ତୁତ କରିବା।
  4. ନିଯୁକ୍ତିଦାତା ଚାହୁଁଥିବା ଉପଯୁକ୍ତ ଯୋଗ୍ୟତା ଓ ଅଭିଙ୍ଗ୍ୟତା ଅନୁଯାୟି ପଞ୍ଜୀକୃତ ଚାକୀରି ଆଶାୟୀ ଯୁବକ ଯୁବତୀଙ୍କର ନାମ ପଠାଇବା ।
  5. ଚାକୀରି ଆଶାୟୀ ପାର୍ଥୀମାନଙ୍କୁ ସ୍ଵରୋଜଗାର ଓ ଉଦ୍ୟୋଗ ପ୍ରତିଷ୍ଠା କରାଇବା ପାଇଁ ମାର୍ଗ ଦର୍ଶନ କରାଇବା।
  6. ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ପାଇଁ ଚାକୀରି ଆଶାୟୀ ପାର୍ଥୀମାନଙ୍କୁ ପରାମର୍ଶ ଦେଇ ନିଯୁକ୍ତି କ୍ଷମ ହେବାପାଇଁ ସଂଗଠିତ କରାଇବା।
  7. ନିଯୁକ୍ତି ମେଳା ଓ ବ୍ଲକ ସ୍ତରୀୟ ପରାମର୍ଶ ମେଳା ଆୟୋଜନ କରି ବେସରକାରୀ ସ୍ତରରେ ବିଭିନ୍ନ ପ୍ରକାର ନିଯୁକ୍ତି ଦାତାମାନଙ୍କର ଖାଲିଥିବା ପଦବୀ ମାନଙ୍କରେ ଯୋଗଦାନ କରିବା ପାଇଁ ଚାକୀରି ଆଶାୟୀ ପାର୍ଥୀମାନଙ୍କୁ ସୁଯୋଗଦେବା ଓ ଯୋଜନା କାର୍ଯ୍ୟକାରୀ ସଂସ୍ଥା ଗୁଡିକ ଅଧୀନରେ ଦକ୍ଷତା ବୃଦ୍ଧି ତାଲିମ ନବପାଇଁ ସନଯୋଜିତ କରାଇବା ।
  8. ଜାତୀୟ ସ୍ତରରେ ବିଭିନ୍ନ ବେସରକାରୀ ସ୍ତରରେ ନିଯୁକ୍ତିର ସୁବିଧା ଥିବା ସୁଯୋଗ ଗୁଡିକର ସଦୁପଯୋଗ କରାଇବା ପାଇଁ  ଆଦର୍ଶ ପରାମର୍ଶ  କେନ୍ଦ୍ର ସହଯୋଗରେ ଚାକୀରି ଆଶାୟୀ ପାର୍ଥୀମାନଙ୍କୁ ପରାମର୍ଶ ଓ ପ୍ରଶିକ୍ଷଣ ବାବଦରେ ସୂଚନା ପ୍ରଦାନ କରିବା।

ଜନସାଧାରଣ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା  ସେବା ସମ୍ବନ୍ଧରେ

  1. ଓଡିଶା ଦକ୍ଷତା ବୃଦ୍ଧି  ପ୍ରାଧିକରଣ ତରଫରୁ  ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ:-ଓଡିଶା ଦକ୍ଷତା ବୃଦ୍ଧି  ପ୍ରାଧିକରଣ ଅଧୀନରେ ଓଡିଶା ସରକାରଙ୍କର ଏହା ଏକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପ୍ରୟୋଜିତ କାର୍ଯ୍ୟକ୍ରମ।। ଏଥିରେ ବେସରକାରୀ ଓ ସରକାରୀ ଯୋଜନା କାର୍ଯ୍ୟକାରିଣୀ ସଂସ୍ଥା ଗୁଡିକ ଚାକୀରି ଆଶାୟୀ ପାର୍ଥୀମାନଙ୍କ ର ଦକ୍ଷତା ବୃଦ୍ଧି କରାଇ ବେସରକାରୀ ସ୍ତରରେ ନିଯୁକ୍ତିରେ ସୁଯୋଗ ଉପଲବ୍ଧ କରାଇଥାନ୍ତି।ମୁଖ୍ୟ ବିଭାଗ ଗୁଡିକ ଯେଉଁଥିରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଅଛି , ସେଗୁଡିକ ହେଲା, ଇଲେକଟ୍ରିକାଲ, ସିଲେଇ, ନିର୍ମାଣ । ସୂଚନା ପ୍ରଯୁକ୍ତିବିଜ୍ଞାନ, ସ୍ୱାସ୍ଥ୍ୟ ଓ ସେବା, ପ୍ଲାଷ୍ଟିକ, ଶୀତଳିକରଣ ଓ ବାତନୁକୁଳିତ, ଉତ୍ପାଦନ , ଆତିଥେୟତ, ଯାନବାହାନ, ଫାବୃକେସନ ଓ ଫ୍ୟାସନ ଡିଜାଇନ ଓ ଅନ୍ୟାନ୍ୟ ବିଭାଗ ସମ୍ବଦ୍ଧିୟ। ଏହି ପ୍ରଶିକ୍ଷଣ ଗୁଡିକରେ ତୃତୀୟ ପକ୍ଷ ଦ୍ଵାରା  ପରୀକ୍ଷା କରାଯାଇ  ଉତ୍ତୀର୍ଣ୍ଣ ପାର୍ଥୀମାନଙ୍କୁ ଭାରତ ସରକାରଙ୍କ ଅନୁମୋଦିତ NCVT  କିମ୍ବା SSC ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ।ଏହି ପ୍ରଶିକ୍ଷଣ ଗୁଡିକରେ ପୋଷାକ, ପାଠ୍ୟପୁସ୍ତକ ପ୍ରଦାନ କରାଯିବ ସହିତ ଜିଲ୍ଲା ଭିତରେ  କିମ୍ବା ବାହାରେ ପ୍ରଶିକ୍ଷଣ ଦିଆଯାଇ ମାଗଣାରେ ହି  ରହିବା ଓ ଖାଇବାର ବ୍ୟବସ୍ତା କରାଯାଇଥାଏ।ଏହି ପ୍ରଶିକ୍ଷଣ ଉତ୍ତୀର୍ଣ୍ଣ ପାର୍ଥୀମାନଙ୍କୁ ଯୋଜନା କାର୍ଯ୍ୟକାରି ସଂସ୍ଥା ଗୁଡିକ ସାରା ଭାରତ ବର୍ଷରେ ବିଭିନ୍ନ ବେସରକାରୀ ସ୍ତରରେ ଚାକୀରିର ସୁଯୋଗ ପ୍ରଦାନ କରିଥାନ୍ତି।ପଞ୍ଚମ ପାସରୁ ଉର୍ଦ୍ଧ,୧୮-୩୫ ବୟସ ସୀମା ମଧ୍ୟରେ ଜିଲ୍ଲାର ସମସ୍ତ ଅଞ୍ଚଳର ସମସ୍ତ ବର୍ଗର ବେରୋଜଗାରି ଯୁବକ ଯୁବତୀ ମାନେ ଏହି ପ୍ରଶିକ୍ଷଣର ସୁବିଧା ସୁଯୋଗ ନେଇପାରିବେ। ଏଥିପାଇଁ ଆବେଦନ ପତ୍ରର ନକଲ ନିମ୍ନରେ ଦିଆଯାଇଅଛି।
  2. ଆଦର୍ଶ ପରାମର୍ଶ କେନ୍ଦ୍ର:-ଏହା ଜାତୀୟ ବୃତ୍ତି ସେବା ପୋର୍ଟାଲ ମାଧ୍ୟମରେ ସର୍ବଭାରତୀୟ ସ୍ତରରେ ଥିବା ବିଭିନ୍ନ ବେସରକାରୀ ଅନୁଷ୍ଠାନର  ଖାଲି ଥିବା ପଦବୀ ଗୁଡିକରେ ନିଯୁକ୍ତି ଚାକୀରି ଆଶାୟୀ ଯୁବକ ଯୁବତୀମାନଙ୍କର ଯୋଗଦାନ କରିବାପାଇଁ ମାର୍ଗ ଦର୍ଶନ କରାଯାଇଥାଏ। ରୋଜଗାର କ୍ଷମ ହବାପାଇଁ ଏହା ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଓ ବୃତ୍ତି ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥାଏ। ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କୁ ଯାଇ ଠିକ ସମୟରେ ସଠିକ କାରିୟର ଦିଗରେ ଅଗ୍ରସର ହେବାପାଇଁ ଶିକ୍ଷାର୍ଥୀ ମାନଙ୍କୁ ମାର୍ଗ ଦର୍ଶନ କରାଇଥାଏ।

ସୂଚନା ପାଇବାକୁ କାହାକୁ ଯୋଗାଯୋଗ କରିବେ

ଓଡିଶା ଦକ୍ଷତା ବୃଦ୍ଧି ପ୍ରାଧିକରଣ  ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ  ଓ ଅନାନ୍ୟ ସୂଚନା ପାଇଁ  ଜିଲ୍ଲା ସ୍ତରରେ ଜିଲ୍ଲା ନିୟୋଜନ ଅଧିକାରୀ କିମ୍ବା ଜିଲ୍ଲା ନିୟୋଜନ କାର୍ୟାଳୟରେ ଥିବା ଆଦର୍ଶ ପରାମର୍ଶ କେନ୍ଦ୍ରର ଯୁବ ପେଷାଦାରଙ୍କୁ ଯୋଗାଯୋଗ କରିପାରିବେ। ଉପଖଣ୍ଡ ସ୍ତରରେ କନିଷ୍ଠ ନିୟୋଜନ ଅଧିକାରୀଙ୍କ ଠାରୁ ସୂଚନା ପାଇପାରିବେ। ଏହି ବାବଦରେ ଆବେଦନ ପତ୍ର ଗୁଡିକ ମଧ୍ୟ ଜିଲ୍ଲା ନିୟୋଜନ କାର୍ୟାଳୟ ଓ ଉପଖଣ୍ଡ କାର୍ୟାଳୟ ଗୁଡିକରେ ଉପଲବ୍ଧ ଅଟେ।