ଢେଙ୍କାନାଳ ଜିଲ୍ଲା ବିଶେଷକରି ଅର୍ଥନୈତିକ କ୍ଷେତ୍ରରେ ଏହି କୃଷି ଉପରେ ନିର୍ଭର କରିଥାଏ। ସେହିପରି ବନଜାତ ଦ୍ରବ୍ୟର ଉତ୍ପାଦନ ଏକ ବଡ ଭୂମିକା ଗ୍ରହଣ କରିଛି। କାଠ, ବାଉଁଶ, ଜାଳେଣୀ କାଠ ଓ କେନ୍ଦୁପତ୍ର, ଶାଳପତ୍ର ଆଦି ଜନସାଧାରଣଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିଥାଏ। କ୍ଷୁଦ୍ର ବନଜାତ ଦ୍ରବ୍ୟ ମାନଙ୍କ ମଧ୍ୟରେ ଲାଖ, ମହୁ,କେନ୍ଦୁଳି ଅଠା, ମହୁଲଫୁଲ, ସୁନାରିଛାଲି, ଶିଆଳିପତ୍ର,ଟସରଚାଷ ଏବଂ ଅନନ୍ୟ ଔଷଧୀୟ ଦ୍ରବ୍ୟ ମିଳିଥାଏ। ଏ ଗୁଡିକ ମିଳିତଭାବେ ଢେଙ୍କାନାଳ ଜିଲ୍ଲା ଅର୍ଥନୀତିରେ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛି। ସେହିପରି ଜାତୀୟ ରାଜପଥ 55 ନମ୍ବର ମଧ୍ୟଦେଇ ଓ ରେଳଲାଇନକୁ ଭିତିକରି ରାଜ୍ୟସରକାର ଅନେକ ଉଦ୍ୟୋଗୀମାନଙ୍କୁ ଅତୀତରେ ପ୍ରଧାନମନ୍ତ୍ରୀ ରୋଜୋଗାର ଯୋଜନା ଯାହା ୧୯୯୩/୯୪ ମସିହାରୁ ସହରାଞ୍ଚଳ ପାଇଁ ଶୁଭାରମ୍ଭ ହୋଇଥିଲା। ଏବଂ ୧୯୯୪/୯୫ ମସିହାରେ ଏହି ଯୋଜନାରେ ଗ୍ରାମାଞ୍ଚଳ ଅନ୍ତର୍ଭୁକ୍ତ ହେଲା। ଏହା ମାଧ୍ୟମରେ ପାଠୁଆ ବେକାର ଯୁବକ ଯୁବତୀ ମାନଙ୍କୁ ସାହାଯ୍ୟ ଏବଂ ପ୍ରୋଚ୍ଛାହନ ଯୋଗାଇ ଦିଆଯାଉଛି ଗ୍ରାମୀଣ ହସ୍ତଶିଳ୍ପ, କୁଟୀରଶିଳ୍ପ ମଧ୍ୟ ଜିଲ୍ଲାକୁ ଆର୍ଥିକ କ୍ଷେତ୍ରରେ ଆଗକୁ ଆଗେଇ ନେଉଅଛି।
- ମୂଳପୃଷ୍ଠା
- ଜିଲ୍ଲା ସମ୍ବନ୍ଧରେ
- ନିର୍ଦ୍ଦେଶିକା
- ବିଭାଗ
- ପର୍ଯ୍ୟଟନ
- ସୂଚନା
- ଦସ୍ତାବିଜ
- ନିର୍ବାଚନ
- ଅଧିକ +
- ଜିଲ୍ଲା ଗେଜେଟିୟର
- ନିର୍ବାଚନ ଅଭିଲେଖାଗାର
- ଏମପିଏମବିଏମଡି
- ମିଡିଆ ଗ୍ୟାଲେରୀ
- ନାଗରିକ ସେବା
- ନାଗରିକ ଅଧିକାରପତ୍ର
- ଫର୍ମ
- ସୂଚନା ଅଧିକାର
- ଯୋଜନା