ଢେଙ୍କାନାଳର ଦକ୍ଷିଣ ଦିଗରେ ୧୧ କିମି ଦୂରରେ ସପ୍ତଶଜ୍ୟା ରହିଛି। ପ୍ରକୃତିକ ଶ୍ଵନ୍ଦଜ୍ୟ ଭରା ସପ୍ତସଜ୍ୟା ପର୍ବତମାଲା ପୌରଣିକ ବର୍ଣନା ଅନୁଯାଇ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏହି ପର୍ବତମାଳରେ ବସବାସ କରୁଥିଲେ। ପ୍ରଭୁ ଶ୍ରୀରାମ ଚନ୍ଦ୍ରକୁ ସମର୍ପିତ ରଘୁନାଥ ଜୀଉ ମନ୍ଦିର ରାମ, ଲକ୍ଷ୍ମଣ, ସୀତା ମୂର୍ତି ସ୍ଥାପନ ହୋଇଛି। ଏହି ମନ୍ଦିର ରାଣୀ ରତ୍ନପ୍ରଭା ଦେବୀ ନିର୍ମାଣ କରିଥିଲେ ରାମନବମୀ ସମୟରେ (ମାର୍ଚ୍ଚ-ଏପ୍ରିଲ) ରେ ଏଠାକୁ ବହୁ ଶ୍ରଦ୍ଧାଳୁ ଭକ୍ତ ଆଗମନ କରନ୍ତି। ଏକ କ୍ଷୁଦ୍ର ଝରଣା ଏହି ପ୍ରକୃତିକ ଭିବାବରେ ସୌନ୍ଦର୍ଜ୍ୟ ବୃଦ୍ଧି କରୁଛି । ସମୟ କାଟିବା ଓ ବଣଭୋଜି କରିବା ପାଇଁ ଏହି ସ୍ଥାନଟି ଅତି ମନୋରମ ଅଟେ।ଏହି ସ୍ଥାନକୁ ଯିବାପାଇଁ ହେଲେ ଢେଙ୍କାନାଳରୁ ଟ୍ଯାକ୍ସି କିମ୍ବା ଦୁଇଚକିଆ ଯାନରେ ଯିବାର ସୁବିଧା ରହିଛି ଅକ୍ଟୋବରରୁ ମାର୍ଚ୍ଚ ହେଉଛି ପ୍ରକୃଷ୍ଟ ସମୟ।
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ବିଜୁ ପଟନାୟକ ବିମାନ ବନ୍ଦର ଭୁବନେଶ୍ବର ଅଟେ । ଏଠାରୁ ଦୂରତା ୯୦ କି.ମି. ହେବ ।
ସଡ଼କ ପଥରେ
ନିକଟସ୍ଥ ବସଷ୍ଟାଣ୍ଡ ଢେଙ୍କାନାଳ ଅଟେ ଏବଂ ଏଠାରୁ ଦୂରତା ୧୨ କି.ମି. ଅଟେ ।
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ଢେଙ୍କାନାଳ ଅଟେ ଏବଂ ଏଠାରୁ ଦୂରତା ୧୫ କି.ମି. ଅଟେ ।