ଢେଙ୍କାନାଳଠାରୁ ୬୭ କିମି ଓ କାମାକ୍ଷାନଗର ଠାରୁ ୩୦ କିମି ଦୂରରେ ଦଣ୍ଡାଧର ଜଳସେଚନ ପ୍ରକଳ୍ପ ଅବସ୍ଥିତ। ରାମିଆଲ ନଦୀରେ ଅବସ୍ଥିତ ଏହି ପ୍ରକଳ୍ପ ପର୍ଯ୍ୟଟକଙ୍କ ବଣଭୋଜି ପାଇଁ ଉକୃଷ୍ଟ ସ୍ଥାନ ଅଟେ ।ବିସ୍ତୃତ ଜଳରାଶି ଏବଂ ସୂର୍ଯ୍ୟସ୍ନାତ ଉପତ୍ୟକାରେ ଅବସ୍ଥିତ ଏହି ଅଞ୍ଚଳ ଦର୍ଶକମାନଙ୍କ ଭିତରେ ଶିହରଣ ସୃଷ୍ଟି କରିଥାଏ। ଶୀତଦିନେ ଅର୍ଥାତ ଡିସେମ୍ବର ଓ ଫେବ୍ରୁୟାରୀ ମାସରେ ଏଠାକୁ ବୁଲିଆସିବା ଏବଂ ବଣଭୋଜି କରିବାର ଉକୃଷ୍ଟ ସମୟ ଅଟେ। ଭୁବନେଶ୍ବରରୁ ଟ୍ରେନ କିମ୍ବା ଟ୍ଯାକ୍ସି ଯୋଗେ ଢେଙ୍କାନାଳ ପହଞ୍ଚି ସେଠାରୁ ବସଯୋଗେ କାମାକ୍ଷାନଗର ଓ ପରେ ସେଠାରୁ ଟ୍ଯାକ୍ସି କିମ୍ବା ବସଯୋଗେ ଦଣ୍ଡାଧର ଯାଇହେବ।
ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର ବିଜୁ ପଟନାୟକ ବିମାନ ବନ୍ଦର ଭୁବନେଶ୍ବର ଅଟେ । ଏଠାରୁ ଦଣ୍ଡାଧରର ଦୂରତା ୧୪୭ କି.ମି. ହେବ ।
ସଡ଼କ ପଥରେ
ନିକଟସ୍ଥ ବସଷ୍ଟାଣ୍ଡ କାମାକ୍ଷାନଗର ଅଟେ ଏବଂ ଏଠାରୁ ଦଣ୍ଡାଧରର ଦୂରତା ୩୦ କି.ମି. ଅଟେ ।ଢେଙ୍କାନାଳ ବସଷ୍ଟାଣ୍ଡଠାରୁ ଏହା ୬୭ କି.ମି. ଅଟେ ।
ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ ଢେଙ୍କାନାଳ ଅଟେ ଏବଂ ଏଠାରୁ ଦଣ୍ଡାଧରର ଦୂରତା ୬୭ କି.ମି. ଅଟେ ।