କପିଳାସ ବିଜ୍ଞାନ ଉଦ୍ୟାନ, କପିଳାସ (ଦେଓଗାଁ)ରେ ବିଜ୍ଞାନ ଉପରେ ଆଧାରିତ ବହୁସଂଖ୍ୟକ ବାହ୍ୟ ବିଜ୍ଞାନ ପ୍ରଦର୍ଶନୀ ରହିଛି ଯେଉଁଠି ପରିଦର୍ଶକମାନେ ଚିତ୍ତାକର୍ଷକ ଭାବରେ ବିଜ୍ଞାନକୁ ହୃଦୟଙ୍ଗମ କରିପାରିବେ । ପର୍ବ-ପର୍ବାଣି ସମୟେର ବିଦ୍ୟାଳୟ ତଥା ପାରବିାରିକ ଭ୍ରମଣର ଆୟୋଜନ କରିବା ପାଇଁ ଏହା ଏକ ଆଦର୍ଶ ସ୍ଥାନ । ବାସ୍ତବରେ ଦର୍ଶକ ମାନଙ୍କର ଭ୍ରମଣକୁ ଶିକ୍ଷଣୀୟ ଏବଂ ସ୍ମରଣୀୟ କରବା ପାଇଁ ବିସ୍ତୃତ କ୍ୟାମ୍ପସ, ଚିତ୍ରକଳା ଦୃଶ୍ୟ ସହତି ସମସ୍ତ ଆବଶ୍ୟକୀୟ ଭିତ୍ତିଭୂମିର ସୁବିଧା ଏଠାରେ ଉପଲବ୍ଧ ରହଛିି।
ବିମାନ ମାର୍ଗରେ
ନିକଟତମ ବିମାନବନ୍ଦର ହେଉଛି ବିଜୁ ପଟନାୟକ ବିମାନବନ୍ଦର ଭୁବନେଶ୍ବର, ଯେଉଁଠାରୁ କପିଳାସ ବିଜ୍ଞାନ ଉଦ୍ୟାନର ଦୂରତା ପ୍ରାୟ ୧୦୦ କି.ମି. ହେବ ।
ସଡ଼କ ପଥରେ
ସଡ଼କ ଦ୍ଵାରା କପିଳାସ ବିଜ୍ଞାନ ଉଦ୍ୟାନ, ଢେଙ୍କାନାଳ ବସଷ୍ଟାଣ୍ଡ ଠାରୁ ୨୦ କି.ମି. ଦୂରରେ ଅବସ୍ଥିତ ।
ରେଳଗାଡ଼ିରେ
ଢେଙ୍କାନାଳ ରେଳଷ୍ଟେସନ ହେଉଛି ନିକଟସ୍ଥ ରେଳଷ୍ଟେସନ ଯେଉଁଠାରୁ କପିଳାସ ବିଜ୍ଞାନ ଉଦ୍ୟାନର ଦୂରତା ସଡ଼କ ମାର୍ଗରେ ପ୍ରାୟ ୨୦ କି.ମି. ହେବ ।